ଅଧାରେ ରହିଲା ଜଗାଦର୍ଶନ; ଟ୍ରକକୁ ପିଟିଲା କାର, ୪ମୃତ

ଭୁବନେଶ୍ୱର,୧/୧୨: ଅଧାରେ ରହିଲା ସ୍ବପ୍ନ । ଜଗା ଦର୍ଶନ କରିବାକୁ ଯାଉଥିବା ବେଳେ ଡାକିନେଲା ଯମ । ଆନ୍ଧ୍ରରୁ ପୁରୀ ଯାଉଥିବା ବେଳେ ଖୋର୍ଦ୍ଧା ଜଙ୍କିଆରେ ଟ୍ରକକୁ ପିଟିଲା କାର । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ପୁରୁଷ ଓ ୨ ଜଣ ମହିଳା ବୋଲି ସୂଚନା ମିଳିଛି । ଘନ କୁହୁଡି ପାଇଁ ଭୋର ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଜଙ୍କିଆ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।