ରାଜଧାନୀରେ ଚିହ୍ନଟ ହୋଇଥିବା ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ

ଭୁବନେଶ୍ୱର, ୨୩/୧୨: ରାଜଧାନୀ ଭୁବନେଶ୍ବରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଡିସେମ୍ବର ୧୮ରେ ବ୍ରିଟେନ୍‌ରୁ ଭୁବନେଶ୍ବର ଫେରିଥିଲେ ସଂପୃକ୍ତ ବ୍ୟକ୍ତି । ଏବେ କରୋନା ପଜିଟିଭ୍‌ ଚିହ୍ନଟ ପରେ ସମ୍‌ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପରିବାର ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଇଛି ଭୁବନେଶ୍ବର ମହାନଗର ନିଗମ । ବ୍ୟକ୍ତିଙ୍କଠାରେ କେଉଁ ପ୍ରକାର ଭୂତାଣୁ ଅଛି ତାହା ପରୀକ୍ଷା ପରେ ଜଣାପଡିବ । କିନ୍ତୁ ଅନ୍ୟପଟେ ବ୍ରିଟେନରେ ବ୍ୟାପିଛି କରୋନାର ନୂଆ ଷ୍ଟ୍ରେନ ।