ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା, ଲଂଚ ହେବ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ,୨୯/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି କି ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଡିଜିଟାଲ ମୁଦ୍ରା ଲଂଚ କରାଯିବ । ଏହି କ୍ରମରେ ଡିଜିଟାଲ ମୁଦ୍ରାର ନିର୍ମାଣ, ବଣ୍ଟନ ଓ ଖୁଚୁରା କାରବାରରେ ପରୀକ୍ଷା କରାଯିବ । ଏହା ପୂର୍ବରୁ ନଭେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ମୁଦ୍ରା ଲଂଚ କରିସାରିଛି ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବୋଲି ନାମ ଦେଇଛି । ଡିସେମ୍ବର ପହିଲାରୁ ଏହାର ପ୍ରଚଳନ ଦେଶର କିଛି ନିର୍ବାଚିତ ସ୍ଥାନରେ କରାଯିବ । ଏଥିରେ ଗ୍ରାହକଙ୍କ ଠାରୁ ନେଇ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସାମିଲ କରାଯିବ ।