ଆନ୍ଦୋଳନରତ ଆଇନଜୀବୀଙ୍କ ଲାଇସେନ୍ସ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୮/୧୧: ପଶ୍ଚିମଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ଏକ ବେଞ୍ଚ ସ୍ଥାପନ ଓ ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ କରୁଥିବା ଓକିଲମାନଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ସେମାନଙ୍କ ଲାଇସେନ୍ସ ସସପେଣ୍ଡ୍ କରିବାକୁ ବାର କାଉନସିଲ ଅଫ ଇଣ୍ଡିଆକୁ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଯେଉଁ ଜିଲ୍ଲା ବାର ଆସୋସିଏସନର ସଦସ୍ୟମାନେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରୁଛନ୍ତି, ସେସବୁ ବାର ଆସୋସିଏସନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ବେଞ୍ଚ୍ ଆହୁରି ମଧ୍ୟ କହିଛନ୍ତି ଯେ କୋର୍ଟଗୁଡ଼ିକରେ ଶତ ପ୍ରତିଶତ କାମ ଆରମ୍ଭ ହେବା ଦରକାର, ଏହାଛଡ଼ା ଆଉ କିଛି ବିକଳ୍ପ ନାହିଁ । ଏପରି ନହେଲେ ସେମାନେ ଏହାର ପରିଣତିର ସମ୍ମୁଖୀନ ହେବେ ।

ବାର ଆସୋସିଏସନଗୁଡ଼ିକୁ ଆମେ ପୂର୍ବରୁ ବି ସତର୍କ କରାଇଦେଇଥିଲୁ ଯେ ଯଦି ଆଇନ ପେସାର ଗରିମା ରକ୍ଷା ପାଇଁ ସେମାନେ ଉପଯୁକ୍ତ ଆଚରଣ ନ କରନ୍ତି, ତେବେ ସେମାନଙ୍କ ଉପରେ ଥିବା ସୁରକ୍ଷା ହଟାଇଦିଆଯିବ ।