ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ, ସେମିଳିଗୁଡ଼ାରେ ପ୍ରବଳ ଥଣ୍ଡା

ଭୁବନେଶ୍ୱର,୨୮/୧୧: ରାଜ୍ୟରେ ଧିରେ ଧିରେ ଶୀତର ପ୍ରଭାବ ବଢିବାରେ ଲାଗିଛି । ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ କିଛି ସ୍ଥାନରେ ତାପମାତ୍ରା ଏବେ ୧୦ ଡିଗ୍ରୀ ତଳକୁ ଖସିଥିବା ବେଳେ କୋରାପୁଟର ସେମିଳିଗୁଡ଼ାରେ ସର୍ବନିମ୍ନ ରାତି ତାପମାତ୍ରା ୫.୬ ଡିଗ୍ରୀ ରହିଛି । ଉଭୟ କନ୍ଧମାଳ ଦାରିଙ୍ଗିବାଡ଼ିରେ ଓ ସୁନ୍ଦରଗଡ଼ କିରେଇ ଠାରେ ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ଚିପିଲିମା ଠାରେ ୯.୮ ଡିଗ୍ରୀ , କଳାହାଣ୍ଡିର ଭବାନୀପାଟଣା ଠାରେ ୧୦ ଡିଗ୍ରୀ ରହିଛି ।