ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ

ନୂଆଦିଲ୍ଲୀ,୨୭/୧୧: ଆଜିକାଲି ଯୁଗରେ ଘରେ ବସି ଅନଲାଇନରେ ଛୋଟରୁ ବଡ଼ ଯାହା କିଛି ଆବଶ୍ୟକ ମଗାଇ ପାରୁଛନ୍ତି ଲୋକେ । ଏହି କ୍ଷେତ୍ରରେ ସ୍ବିଗି, ଜୋମାଟୋ ଓ ଆମାଜନର ସର୍ଭିସ ଲୋକଙ୍କ ମଧ୍ୟରେ ଚାହିଦା ରହିଛି । ହେଲେ ଏହି ଇ-ସର୍ଭିସକୁ ନେଇ ଭାରତୀୟ ଗ୍ରାହକଙ୍କୁ ପାଇଁ ଏକ ଖରାପ ଖବର ଆସିଛି । ଖବରଟି ହେଲ, ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନର ସର୍ଭିସ୍ । ଆମାଜନ୍ ଇଣ୍ଡିଆ ତରଫରୁ ଏହି ଘୋଷଣା କରାଯାଇଛି । ଆସନ୍ତା ମାସ ୨୯ ତାରିଖରୁ ଭାରତରେ ବନ୍ଦ ହେବାକୁ ଯାଉଛି ଆମାଜନ ଫୁଡ୍ ସର୍ଭିସ ।

କରୋନା କାଳରେ ୨୦୨୦ରେ ଆମାଜନ ଫୁଡ୍ ସର୍ଭିସ ଲଞ୍ଚ କରାଯାଇଥିଲା । ଏହି ସର୍ଭିସ ମାଧ୍ୟରେ ଲୋକଙ୍କ ଘରେ ଖାଇବା ପହଞ୍ଚା ଯାଉଥିଲା । ଏହା ମାଧ୍ୟମରେ ଆମାଜନ୍ ସ୍ବିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଲକ୍ଷ୍ୟ ରଖିଥିଲା । ହେଲେ, ଏହା ଏତେ ପ୍ରଭାବଶାଳୀ ଭାବେ କାମ କରିନଥିଲା । ଏବେ କମ୍ପାନୀ ଏହାକୁ ବନ୍ଦ କରିବାକୁ ଯାଉଛି ।