ଇସ୍ରୋକୁ ବଡ଼ ସଫଳତା, ଏକାସାଥିରେ ଲଞ୍ଚ କଲା ୯ ଟି ସାଟେଲାଇଟ୍

ନୂଆଦିଲ୍ଲୀ,୨୬/୧୧: ଇସ୍ରୋ ବା ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ଆଜି ଏକ ବଡ ସଫଳତା ହାସଲ କରିଛି । ଇସ୍ରୋ ତରଫରୁ ଏକାସାଥିରେ ୯ ଟି ସାଟେଲାଇଟ୍ ଲଂଚ୍ କରାଯାଇଛି । ଜାତୀୟ ଗଣମାଧ୍ୟମ ମୁତାବକ ଇସ୍ରୋ ତରଫରୁ ତାମିଲନାଡୁର ଶ୍ରୀହରିକୋଟାର ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ଆଶନସେଟ-୩ ଓ ଭୂଟାନର ଏକ ଉପଗ୍ରହ ସମେତ ମୋଟ ୮ ଟି ଛୋଟ ସାଟେଲାଇଟକୁ ପିଏସଏଲଭି –ସି୫୪/ଇଓଏସ-୦୬ ମିଶନ କ୍ରମରେ ଲଂଚ କରିଛି । ଏନେଇ ଇସ୍ରୋ ମୁଖ୍ୟ ସୂଚନା ଦେଇଛନ୍ତି । ପିଏସଏଲଭି-ସି୫୪ ପୃଥୀ ଅବଲୋକନ ଉପଗ୍ରହ ସମେତ ମୋଟ ୮ ଟି ଉପଗ୍ରହକୁ ସଫଳତାର ସହ ଅନ୍ତରୀକ୍ଷରେ ସ୍ଥାପିତ କରିଛି ।