ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କୁ ମାରିବା ମାମଲା, ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୨୫/୮: ଲକ୍ଷ୍ମୀପୁର ଖେରୀ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଏନେଇ କୋର୍ଟ କହିଛନ୍ତି କି ନଭେମ୍ବର ୨୯ ତାରିଖ ସୁଦ୍ଧା ଅଭିଯୋଗ ସ୍ପଷ୍ଟ କରିବା ଉପରେ ଟ୍ରାଏଲ କୋର୍ଟ ନିଷ୍ପତ୍ତି ଜଣାଇବା ପରେ ଡିସେମ୍ବର ୧୨ ତାରିଖରେ ଏହି ମାମଲାର ଶୁଣାଣି କରାଯିବ ।

ଆଶିଷ ମିଶ୍ରାଙ୍କ ଓକିଲ ଜାମିନ ଆବେଦନରେ କହିଛନ୍ତି କି ଗତ ୧୧ ମାସ ଧରି ଆଶିଷ ମିଶ୍ରା ଜେଲରେ ରହିଛନ୍ତି । ଏହାସହ ଘଟଣା ଦିନ କୌଣସି ଗୁଳି ଚଳାଯାଇଥିବା କଥାର ପ୍ରମାଣ ନଥିବା କଥା ସେ କୋର୍ଟରେ ସଫେଇ ଦେଇଛନ୍ତି ।