ବିଧାନସଭାରେ ବିରୋଧୀଙ୍କ ହୋ ହଲ୍ଲା: ଗୃହ ଦିନ ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର,୨୫/୧୧: ବିରୋଧୀଙ୍କ ହୋ ହଲ୍ଲା ଆଉ ହଙ୍ଗାମା ଭିତରେ ବାଚସ୍ପତି ବିଧାନସଭାକୁ ଆଜି ଦିନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ପ୍ରଥମେ ବିରୋଧୀଙ୍କ ହଙ୍ଗାମା କାରଣରୁ ଗୃହକୁ ଦିନ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ବିରୋଧୀମାନେ ହୋ ହଲ୍ଲା କରିଥିଲେ । ଯାହା ପରେ ବାଚସ୍ପତି ଗୃହକୁ ଦିନ ସାଢେ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ତେବେ ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଛନ୍ତି । ତେବେ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି ।