ଅର୍ଚ୍ଚନାଙ୍କ ମାମଲା: ଖଗେଶ୍ବରକୁ ଇଡି ଆଉ ୫ ଦିନ ରିମାଣ୍ଡରେ ଆଣିବା ପାଇଁ କରିପାରେ ଆବେଦନ

ଭୁବନେଶ୍ବର,୨୪/୧୧:ଧୀରେ ଧୀରେ ଅର୍ଚ୍ଚନା ଙ୍କ ନାଗ ପେଡି ଖୋଲିବାରେ ଲାଗିଛି। ଏହାରିମଧ୍ୟରେ ଅର୍ଚ୍ଚନା ଙ୍କ ମାମଲାରେ ଗିରଫ ହୋଇଥିବା ଖଗେଶ୍ବରକୁ ଇଡି ଆଉ ୫ ଦିନ ରିମାଣ୍ଡରେ ଆଣିବାକୁ ପାଇଁ ଆବେଦନ କରିପାରେ ବୋଲି ସୂଚନା ମିଳିଛି। ଗତକାଲି ଖଗେଶ୍ୱରର ରିମାଣ୍ଡ ଅବଧି  ସରିଥିବା ବେଳେ ଆଜି ତାକୁ କୋର୍ଟରେ ହାଜର କରିବ ଇଡି। ସେପଟେ ଆଜି ଇଡିରେ ହାଜର ହୋଇଛନ୍ତି ଗାଡ଼ି ସୋରୁମ୍ ମାଲିକ ଗଙ୍ଗାଧର ସାମଲ।

ସୂଚନାଯୋଗ୍ୟ, ଗତକାଲି ଇଡି ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ସହ ସମ୍ପୃକ୍ତି ଥିବା ଅଭିଯୋଗରେ ହୋଟେଲ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ୭ଘଣ୍ଟା ଏବଂ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୯ଘଣ୍ଟା କାଳ ଜେରା କରିଥିବା ବେଳେ ଆଜି ପୁଣି ଅକ୍ଷୟଙ୍କୁ ଜେରା କରିଥିଲା। ଅକ୍ଷୟଙ୍କ ସମେତ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଆସିଥିବା ଖଗେଶ୍ବର ପାତ୍ର ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ମୁହାଁମୁହିଁ ଜେରା କରିଥିଲା।