ମେଘାଳୟରେ ୩.୪ ତୀବ୍ରତାର ସହ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ, ୨୪/୧୧: ମେଘାଳୟର ତୁରାରେ ଆଜି ସକାଳେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସକାଳ ୩:୪୬ ସମୟରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ତୁରା ଠାରୁ ୩୭ କିମି ଦୂର ଉତ୍ତର-ପୂର୍ବରେ ହୋଇଥିଲା। ଅନ୍ୟପଟେ କୌଣସି କ୍ଷୟକ୍ଷତି ଓ ମୃତାହତ ନେଇ ସୂଚନା ମିଳିପାରିନାହିଁ ।