ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା, କାରଣ ଅସ୍ପଷ୍ଟ

ଭୁବନେଶ୍ୱର,୨୩/୧୧: ପ୍ରଚଣ୍ଡ ଶବ୍ଦରେ ଥରିଲା ରାଜ୍ୟର ୩ ଜିଲ୍ଲା । ଯାଜପୁର, କେନ୍ଦୁଝର ଓ ଭଦ୍ରକରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି । ବଡ ବୋମା ଫାଟିଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା । ୧୦୦ କିମି ଦୂରତା ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଅନୁଭୂତ ହୋଇଛି । ଫଳରେ ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିବା ସୂଚନା ମିଳିଛି । କେଉଁ କାରଣରୁ ଏଭଳି ଶବ୍ଦ ହେଲା ସେ ନେଇ କିଛି ସ୍ପଷ୍ଟ ହୋଇପାରି ନାହିଁ । ମୃଦୁ ଭୂମିକମ୍ପ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଏହା ୧୦ ମିନିଟ୍‌ ଭିତରେ ଆଉ ଏକ ଶବ୍ଧ ହୋଇଥିଲା । ବୋମାମାଡ଼ ଭଳି ଭୟଙ୍କର ଶବ୍ଧରେ ଥରିଲା ପୁରା ଅଞ୍ଚଳ । ଘରେ ଥିବା ଲୋକେମାନ ବାହାରକୁ ଆସିଯାଇଥିଲେ ।