ଅର୍ଚ୍ଚନାଙ୍କ ମାମଲାରେ ଆଜି ପୁଣି ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଭୁବନେଶ୍ୱର,୨୩/୧୧: ଖୋଲୁଛି ଅର୍ଚ୍ଚନା ଙ୍କ ନାଗ ପେଡି। ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଳତାଡ କରିବାରେ ଲାଗିଛି ଇଡି। ଏହି ମାମଲାରେ ଯିଏ ଯିଏ ସମ୍ପୃକ୍ତ ଥିବା ଅଭିଯୋଗ ଉଠିଛି ସମସ୍ତଙ୍କୁ ଡାକି ମୁହାଁମୁହିଁ ଜେରା କରିବାରେ ଲାଗିଛି। ଅକ୍ଷୟ ପରିଜା, ଅମିୟକାନ୍ତ ଦାସ, ଖଗେଶ୍ବର ପାତ୍ରଙ୍କୁ  ଜେରା କରୁଛି। ତେବେ ଗତକାଲି ଅକ୍ଷୟ ପରିଜା ଓ ଅମିୟକାନ୍ତ ଦାସଙ୍କୁ ଡାକି ଇଡି ଜେରା କରିଥିଲା। ଗତକାଲି ଅକ୍ଷୟଙ୍କୁ ଇଡି ୯ ଘଣ୍ଟା ଜେରା କରିଥିଲା। ତେବେ ଦ୍ବିତୀୟ ଥର ପାଇଁ ଆଜି ପୁଣି ଅକ୍ଷୟ ପରିଜାଙ୍କୁ ଡାକି ଜେରା କରିବ ବୋଲି କହିଛି। ଇଡି ଶ୍ରଦ୍ଧାଞ୍ଜଳିଙ୍କୁ ଆଜି  ହାଜର ପାଇଁ ସମନ କରିଥିଲା। ଅକ୍ଷୟଙ୍କ ପାଖକୁ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ପଠାଇଥିବା ଜଣାପଡିବା ପରେ ଅକ୍ଷୟଙ୍କୁ ପୁଣି ଡାକିଥିବା କୁହାଯାଉଛି। ଅକ୍ଷୟଙ୍କ ସହିତ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାମୁହିଁ ଜେରା କରାଯିବା ସମ୍ଭାବନା ରହିଛି। ଅର୍ଚ୍ଚନା ସେକ୍ସଟର୍ସନ ପାଇଁ ଶ୍ରଦ୍ଧାଞ୍ଜଳିଙ୍କୁ କେମିତି ବ୍ୟବହାର କରୁଥିଲା, ସେ ନେଇ ପଚରାଉଚରା କରାଯିବ।