ପ୍ରଥମେ ଟ୍ବିଟର, ତାପରେ ମେଟା ଓ ଆମାଜନ ପରେ ଏବେ ପାଳି ଗୁଗୁଲର,୧୦ ହଜାର କର୍ମଚାରୀଙ୍କୁ କରିପାରେ ଛଟେଇ !

ନୂଆଦିଲ୍ଲୀ,୨୨/୧୧: ବଡ଼ ବଡ଼ କମ୍ପାନୀରୁ ଏବେ ଛଟେଇ ଚାଲିଛି । ପ୍ରଥମେ ଟ୍ବିଟର, ତାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ଛଟେଇ କରିବାକୁ ଘୋଷଣା କରିଛି । କମ୍ପାନି ପକ୍ଷରୁ ଅତି କମରେ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରାଯାଉଛି । କମ୍ପାନି ପକ୍ଷରୁ ଏକ ନୂଆ କାର୍ଯ୍ୟକକ୍ଷତା ପରିମାପ ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ମାନଦଣ୍ଡ ଅନୁସାରେ କମ ଦକ୍ଷ କର୍ମଚାରୀମାନଙ୍କୁ ଛଟେଇ କରାଯିବ । ସାରା ବିଶ୍ବରେ ଗୁଗୁଲର ମୂଳ କମ୍ପାନି ଆଲଫାବେଟ ରେ ପ୍ରାୟ ୧ ଲକ୍ଷ ୮୭ ହଜାର କର୍ମଚାରୀ ଅଛନ୍ତି ।

ସୂଚନାଯୋଗ୍ୟ ଯେଗଣମାଧ୍ୟମ ରିପୋର୍ଟ ଅନୁସାରେ ଆର୍ଥକ ମାନ୍ଦାବସ୍ଥା କାରଣରୁ ଗତ କିଛି ମାସ ମଧ୍ୟରେ ବିଶ୍ବବ୍ୟାପୀ ପ୍ରାୟ ୮୫୦ଟି କମ୍ପାନି ମୋଟ ୧,୩୬,୯୮୯ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି ।