ୱାଶିଂଟନ,୨୦/୧୧: ଟ୍ୱିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ ହୋଇଛି। ରବିବାର ଏନେଇ ସୂଚନା ଦେଇଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ। କ୍ୟାପିଟୋଲ ହିଂସାକାଣ୍ଡ ପରେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ଏଲନ ମସ୍କ। ଆଜି ମସ୍କ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବା ନେଇ ସୂଚନା ଦେଇ ମସ୍କ ଟ୍ୱିଟ୍ କରିଛନ୍ତି “ଜନତା କହିସାରିଛନ୍ତି ଯେ ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ। ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବା ପୂର୍ବରୁ ଶନିବାର ମସ୍କ ଏକ ପୋଲ୍ କ୍ରିଏଟ କରିଥିଲେ। ଟ୍ରମ୍ପଙ୍କ ଆକାଉଣ୍ଟ ପୁନଃ ଆକ୍ଟିଭ୍ ହେବ କି ନାଇଁ ଜନତାଙ୍କୁ ପ୍ରଶ୍ନ କରିଥିଲେ। ସେ ଲେଖିଥିଲେ “ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ଆକ୍ଟିଭ କରିବା ?” ମସ୍କଙ୍କର ଏହି ପୋଲ୍ର ଜବାବ ଦେଇଥିଲେ ଟ୍ୱିଟରାଟୀ। ତେବେ ହଁ ଓ ନାଁର ପାର୍ଥକ୍ୟ ଖୁବ କମ ଥିଲା। ୫୧.୮ ପ୍ରତିଶତ ୟୁଜର ଚାହୁଁଥିଲେ ଟ୍ରମ୍ପ ଟ୍ୱିଟରକୁ ଫେରନ୍ତୁ। ବାକି ନାଁ କହିଥିଲେ। ଜନତାଙ୍କ କଥାକୁ ସମ୍ମାନ ଦେଇ ଟ୍ୱିଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ଆକ୍ଟିଭ୍ କରାଯାଇଛି।