ଆଜିଠାରୁ କତାରରେ ଆରମ୍ଭ ଫିଫା ବିଶ୍ୱକପ

ନୂଆଦିଲ୍ଲୀ,୨୦/୧୧: ଆଜିଠାରୁ କତାରରେ ଆରମ୍ଭ ହେବ ଫିଫା ବିଶ୍ୱକପ୍ । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ତଥା ଉଦଘାଟନୀ ମ୍ୟାଚ୍ ଆୟୋଜକ କତାର -ଇକ୍ବେଡର ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଏହା ପୂର୍ବରୁ ରଙ୍ଗାରଙ୍ଗ ଉଦ୍ ଘାଟନୀ କାର୍ୟ୍ୟକ୍ରମ ରହିଛି । ତେବେ ଏହି ବିଶ୍ୱକପ୍ ରେ ଷ୍ଟାଡିୟମକୁ ମଦ ବାରଣ କରାଯାଇଥିବା ବିଶ୍ୱ ଫୁଟ୍ ବଲ୍ ପରିଚାଳନା ସଂସ୍ଥା ଫିଫା ସୂଚନା ଦେଇଛି। କତାରରେ ସର୍ବସାଧାରଣରେ ଆଲ୍ କହଲ୍ ବ୍ୟବହାର କରିବାକୁ ବାରଣ ରହିଛି। ଏଥର ୩୨ ଟି ଟିମ୍ ୮ଟି ଗ୍ରୁପରେ ରହିଛନ୍ତି ।