ଟ୍ୱିଟର ଆଣିଲା ନୂଆ ପଲିସି, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୯/୧୧: ଟ୍ୱିଟର ଆଣିଲା ନୂଆ ପଲିସି । ନୂଆ ଟ୍ୱିଟର ନୀତି ଘୋଷଣା କଲେ ଏଲନ୍ ମସ୍କ । ନିଜେ ଏଲନ୍ ମସ୍କ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ନକରାତ୍ମକ ଓ ଘୃଣା ସୃଷ୍ଟି କଲା ଭଳି ଟ୍ୱିଟ୍ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏପରି କଲେ ଡିବୁଷ୍ଟ କରିବା ସହ ଡିମୋନେଟାଇଜ୍ କରାଯିବ । ଫଳରେ ସେମାନଙ୍କ ଟ୍ୱିଟରରେ କୌଣସି ବିଜ୍ଞାପନ କିମ୍ବା ରେଭିନ୍ୟୁ ଉପଲବ୍ଧ ହେବ ନାହିଁ । ଟ୍ୱିଟର ମାଲିକାନା ହାସଲ କରିବା ପରେ ଟ୍ୱିଟରକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରୁଛନ୍ତି ଏଲନ୍ ମସ୍କ । ବ୍ୟାନ୍ ହୋଇଥିବା ଆକାଉଣ୍ଟକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ କାମ ଆରମ୍ଭ କରିଛନ୍ତି । ସେହିପରି ଟ୍ୱିଟର ଅଧିଗ୍ରହଣ କରିବା ପରେ ବଡ଼ ଧରଣର ଛଟେଇ କରିବା ମଧ୍ୟ ଆରମ୍ଭ କରିଛନ୍ତି ।