ପଦ୍ମପୁର ଉପନିର୍ବାଚନ: ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ

ଭୁବନେଶ୍ୱର,୧୭/୧୧: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ତିନିଦଳର ପ୍ରାର୍ଥୀଙ୍କ ସହ ଅନ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୁଷଣ ସାହୁ । ସେହିପରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ନାମାଙ୍କନ ଭରିଛନ୍ତି। ଏବେ ପଦ୍ମପୁର ମୁକୁଟ କିଏ ପିନ୍ଧିବ ସମସ୍ତିଙ୍କ ନଜର ଏହା ଉପରେ ରହିବ।