ବଢୁଛି ଫେକ୍ କଲ : ଚଳିତ ବର୍ଷ କଲ ସେଣ୍ଟରକୁ ଆସିଛି ୫ଲକ୍ଷ ମିଛ କଲ୍

ଭୁବନେଶ୍ୱର,୧୭/୧୧: ଫେକ୍ କଲ୍ ନେଇ ଚିନ୍ତାରେ କଲ୍ ସେଣ୍ଟର । ପ୍ରତିଦିନ ଆସୁଛି ୧୦୦ରୁ ଅଧିକ ଫେକ୍ କଲ୍ । ଜରୁରୀ ସେବା ଖେଳୁଛନ୍ତି ବଦମାସ । ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ୧୦୪ ଓ ୧୦୮ ଆମ୍ବୁଲାନ୍ସ ସେବା କରିଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ ଲୋକଙ୍କୁ ଠିକ ସମୟରେ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା । ହେଲେ କିଛି ବଦମାସ ଏହି ସେବାର ମୂଲ୍ୟ ନବୁଝି ଟାଇମ୍ ପାସ କରୁଛନ୍ତି । ଆଉ କିଛି କଲ ସେଣ୍ଟରରେ ବସିଥିବା ମହିଳା କର୍ମଚାରୀଙ୍କ ସହ କଥା ହୋଇ ଅଶ୍ଳୀଳ କଥା ହେଉଛନ୍ତି ।