ଜାନୁଆରି ୪ ତାରିଖରୁ ୧୦ଦିନ ବନ୍ଦ ରହିବ ଭିତରକନିକା

ଭୁବନେଶ୍ୱର,୧୪/୧୧: ବିରଳ ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ଥିବା ନଦୀ, ନାଳଗୁଡିକରେ କୁମ୍ଭୀରମାନଙ୍କ ଗଣନା କରାଯିବ। ଆସନ୍ତା ଜାନୁଆରି ୪ ତାରିଖରୁ ୧୪ ତାରିଖ ଯାଏ କୁମ୍ଭୀରମାନଙ୍କ ଗଣନା କରାଯିବ। ଏଥିପାଇଁ ୧୦ଦିନ ଧରି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଜାନୁଆରି ୧୫ରେ ଭିତରକନିକା ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଭିତରକନିକାରେ ଜାନୁଆରି, ୨୦୨୨ରେ ହୋଇଥିବା ଗଣନା ଅନୁସାରେ ୧୭୮୪ ବଉଳା କୁମ୍ଭୀର ଅଛନ୍ତି।