ପଦ୍ମପୁର ନିର୍ବାଚନ: ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର,୧୨/୧୧: ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପଦ୍ମପୁର ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି ଦଳ । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି । ଗତକାଲି ନିଜେ ପ୍ରଦୀପ ବିଜେପିରୁ ପ୍ରାର୍ଥୀ ହେଉଥିବା ନେଇ ଆଗୁଆ ସୂଚନା ଦେଇଥିଲେ । ସେହିଭଳି ବିଜେପି ବିଧାୟିକା କୁସୁମ ଟେଟେଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ପ୍ରଦୀପ ପୁରୋହିତ ।