ପ୍ରବଳ ଭିଡ, ଲାଇଟ ଆଣ୍ଡ ସାଉଣ୍ଡରେ ଜମୁଛି ବାଲିଯାତ୍ରା

କଟକ,୧୨/୧୧: ମହାନଦୀ ପଠାରେ ଚାଲିଛି ବାଲିଯାତ୍ରା । ପ୍ରତିଦିନ ଭିଡ଼ ଲାଗୁଛି ଓ ଆସର ବି ଜମୁଛି । ତା ସାଙ୍ଗକୁ ଖାଦ୍ୟପେୟ ଓ ମନୋରଂଜନ ପ୍ରତି ଖାସ ନଜର ଦେଇଛି ପ୍ରଶାସନ । ଏଥିସହ ଚଳିତ ବର୍ଷ କଟକର ଐତିହ୍ୟସ୍ଥଳୀ ଗୁଡ଼ିକର ପ୍ରଚାରପ୍ରସାର ପାଇଁ ମଧ୍ୟ ନଜର ଦିଆଯାଇଛି  । ତଳ ପଡିଆରେ ଏନେଇ ଖୋଲିଛି ସ୍ୱତନ୍ତ୍ର ପାଭିଲିୟନ ‘କଟକ-ଇନ୍-କଟକ’ । ସେହିପରି ଆୟୋଜିତ ହୋଇଛି ଲାଇଟ ଆଣ୍ଡ ସାଉଣ୍ଡ ସୋ ।

କଟକ-ଇନ୍-କଟକ ପାଭିଲିୟନ ପାଖରେ ଅନ୍ତାର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳା କରିଛନ୍ତି। ୨୫ ହଜାର ଓ ଶହେ ଟନ ବାଲିରେ ପ୍ରସ୍ତୁତ ବାଲୁକା କଳା ମାଧ୍ୟମରେ ବୋଇତ ବନ୍ଦାଣର ପରମ୍ପରାକୁ ସେ ପ୍ରଦର୍ଶନ କରିଛନ୍ତି  । ୬୮ ଫୁଟ ଲମ୍ବ, ୪୮ ଫୁଟ ଚଉଡ଼ା ଏହି ବାଲୁକା କଳା ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଥିବା ବେଳେ, ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡସରେ ସ୍ଥାନ ପାଇବ ବୋଲି ସେ ଆଶା ରଖିଛନ୍ତି ।କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରାର ଆୟୋଜନ ହୋଇଥିବା ବେଳେ ଆସନ୍ତା ୧୬ ତାରିଖ ଯାଏଁ ଉଭୟ ତଳ ଓ ଉପର ବାଲିଯାତ୍ରା ପଡ଼ିଆରେ ଆସର ଜମିବ।