ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା: ଖଗେଶ୍ୱରଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୧୧/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲାରେ ଖଗେଶ୍ୱରଙ୍କୁ ଗିରଫ କଲା ପୋଲିସ । ଲକ୍ଷାଧିକ ଟଙ୍କାର ଟ୍ରାଞ୍ଜାକ୍ସନ ଅଭିଯୋଗରେ ବାନ୍ଧିଲା ଇଡି । ୨୦ଘଣ୍ଟାର ମାରାଥନ ଜେଲା ପରେ ଖଗେଶ୍ୱର ଗିରଫ ହୋଇଛି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହ ଆର୍ଥିକ କାରବାରର ଲିଙ୍କ ଥିବା ଜଣାପଡିଛି । ଏକାଧିକ ବ୍ୟାଙ୍କ ଆକାଉଣ୍ଟରୁ ଟ୍ରାଞ୍ଜାକ୍ସନ ହୋଇଛି । ପୂର୍ବରୁ ପୋଲିସର ତଦନ୍ତ ସମୟରେ ଖଗେଶ୍ୱର ଖସିଯାଇଥିଲା । ତେବେ ଆଜି ଖଗେଶ୍ୱରଙ୍କୁ ରିମାଣ୍ଡରେ ଇଡି ଆଣିବ । ୨୦୧୬ରୁ ଆଜିଯାଏଁ ଟ୍ରାଞ୍ଜାକ୍ସନ ହୋଇଥିବା ତଥ୍ୟ ଇଡି ହାତରେ ଲାଗିଛି । କେବଳ ସେତିକି ନୁହେଁ ଖଗେଶ୍ୱର ପାଖରୁ ଅନେକ ଦସ୍ତାବିଜ ଜବତ ହୋଇଛି । ତା ମୋବାଇଲରୁ ଅନ୍ୟ ତଥ୍ୟ ମିଳିଛି ।