ବଡ଼ ବଡ଼ କମ୍ପାନୀରୁ ଚାଲିଛି ଛଟେଇ, ଜାଣନ୍ତୁ କେଉଁ କମ୍ପାନୀରୁ କେତେ କର୍ମଚାରୀଙ୍କ ଯାଇଛି ଚାକିରୀ

ନୂଆଦିଲ୍ଲୀ,୧୦/୧୧: ବଡ଼ ବଡ଼ କମ୍ପାନୀରୁ ଏବେ ଚାଲିଛି କର୍ମଚାରୀଙ୍କ ଛଟେଇ। ଯେମିତିକି ମାଇକ୍ରୋସଫ୍ଟ, ଟ୍ୱିଟର, ଫୋର୍ଡ, ଓଲା, ଅନ୍ଏକାଡେମୀ, ମେଦାନ୍ତୁ, ବାଇଜୁ, ଏଚସିଏଲ, ଫେସବୁକ, ଜିଓମୀ, ଓରେକେଲ, ୱିପ୍ରୋ, ନେଟଫିଲିକ୍ସ । ଏଗୁଡିକ ଏମିତି କିଛି ବୃହତ କମ୍ପାନୀ ଯେଉଁଠି ଚାକିରିଖଣ୍ଡେ ପାଇବା କୌଣସି ସ୍ୱପ୍ନଠୁ କମ ନୁହେଁ । ସେପଟେ କର୍ମଚାରୀଙ୍କୁ ମଧ୍ୟ ମୋଟାଅଙ୍କର ଅର୍ଥ ଦେଇଥାନ୍ତି ଏଭଳି କିଛି ନାମୀଦାମୀ କମ୍ପାନୀ । ବର୍ତମାନ କିନ୍ତୁ ଏଭଳି କିଛି ସ୍ଥିତି ଆସି ପହଁଚିଛି ଯେ ନାମକରା କମ୍ପାନୀମାନେ ହଠାତ ଛଟେଇ ପ୍ରକିୟା ଆରମ୍ଭ କରିଛନ୍ତି ।

ଟ୍ୱିଟର କମ୍ପାନୀର ନିକଟରେ ୮ହଜାର କର୍ମଚାରୀଙ୍କୁ ଛଟେଇ କରିଛି ଓ ଆଗକୁ ଅନେକ କର୍ମଚାରୀଙ୍କ ଚାକିରି ଯିବା ସମ୍ଭାବନା ମଧ୍ୟ ରହିଛି । ଏହା ପଛକୁ ରହିଛି ମେଟା ବା ଫେସବୁକ । ଗୋଟିଏ ଦିନରେ ଫେସବୁକ ୧୧ହଜାର କର୍ମଚାରୀଙ୍କୁ କମ୍ପାନୀ ବାହାର କରିଛି । ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଟୁଇଟ କରି ପ୍ରଭାବିତ କର୍ମଚାରୀଙ୍କୁ କ୍ଷମା ମାଗିବା ସହ ଏହା ପଛର କାରଣ କମ୍ପାନୀ ଅର୍ଥଅଭାବ ବୋଲି କହିଛନ୍ତି ।

ଟ୍ୱିଟରରୁ ୩୭୦୦, ଫେସବୁ୍କରୁ ୧୧୦୦୦, ମାଇକ୍ରୋସପ୍ଟ ରୁ ୧୨୦୦, ଅନ୍ଏକାଡେମୀରୁ ୭୫୦, ବାଇଜୁରୁ ୨୫୦୦, ଓଲାରୁ ୧୨୦୦, ଗ୍ୟାପ୍-ଇଙ୍କ୍ ରୁ ୫୦୦ ଜଣ କର୍ମଚାରୀଙଙ୍କୁ ଛଟେଇ କରାଯାଇଛି।