ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଆସନ୍ତାକାଲି ଦିନ ୧ରୁ ଅଫିସ, ସ୍କୁଲ ଓ କଲେଜ ବନ୍ଦ

ଭୁବନେଶ୍ୱର,୯/୧୧: ଆସନ୍ତାକାଲି ଦିନ ୧ରୁ ଅଫିସ, ସ୍କୁଲ ଓ କଲେଜ ବନ୍ଦ । ବିଏମସି ଅଞ୍ଚଳରେ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି ଅବସରରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ପୁରୀ ଓ ଭୁବନେଶ୍ୱରକୁ ସୁରକ୍ଷା ବଳୟରେ ରଖାଯାଇଛି ।