ଭୁବନେଶ୍ୱରରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୮/୧୧: ଭୁବନେଶ୍ୱରରେ ଦୃଶ୍ୟମାନ ହେଲା ଚନ୍ଦ୍ରଗ୍ରହଣ। ଅପରାହ୍ନ ୨ଟା ୩୮ ମିନଟ୍‌ରୁ ଗ୍ରହଣ ସ୍ପର୍ଶ ହୋଇଛି । ସନ୍ଦ୍ୟା ୬ଟା ୧୮ ମିନଟ୍‌ରେ ଗ୍ରହଣ ସର୍ବମୋକ୍ଷ ହେବ । ସମୁଦାୟ ୧ ଘଣ୍ଟା ୧୨ ମିନଟ୍ ୪୮ ସେକଣ୍ଡ ସମୟ ଧରି ଚନ୍ଦ୍ର ଗ୍ରହଣ ଦୃଶ୍ୟ ମାନ ହେବ । ତେବେ ଭୁବନେଶ୍ୱରରେ ଏହା ୫ ଟା ୬ଟା ଦୃଶ୍ୟମାନ ହେବ । ୩ଟା ୪୬ରୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଲାଗିଛି । ଓଡ଼ିଶାର ଭୁବନେଶ୍ୱର ସମେତ କଟକ, ପୁରୀ, କୋରାପୁଟ, ସମ୍ବଲପୁର ସହରରେ ଏହା ଦେଖାଯିବ । ସେହିପରି ଉତ୍ତର ଆମେରିକା, ଦକ୍ଷିଣ ଆମେରିକାର କିଛି ଅଂଶ, ଏସିଆ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ବୈଜ୍ଞାନିକଙ୍କ ମତରେ ଚନ୍ଦ୍ରଗ୍ରହଣକୁ ସମସ୍ତେ ଖାଲି ଆଖିରେ ଦେଖିପାରିବେ ।