ଫେସବୁକରେ ହେବ ଛଟେଇ, ବାହାରିବେ ଅନେକ କର୍ମଚାରୀ

ନୂଆଦିଲ୍ଲୀ, ୮/୧୧: ଫେସବୁକରେ ହେବ ଛଟେଇ । ପ୍ରଥମ ଥର ପାଇଁ ଅନେକ କର୍ମଚାରୀ କମ୍ପାନୀରୁ ବାହାରିବେ । ମେଟା ପାଇଁ କାର୍ଯ୍ୟ କରୁଛନ୍ତି ୮୭ ହଜାର ୩୧୪ ଜଣ । ୨୦୦୪ରେ ଫେସବୁକ୍‌ ନାମରେ କମ୍ପାନୀର ପ୍ରତି‌ଷ୍ଠା ହୋଇଥିଲା । ଏହା ପରେ ପ୍ରଥମ ଥର ଲାଗି କମ୍ପାନୀରେ ବ୍ୟାପକ ଛଟେଇ ହେବାକୁ ଯାଉଛି । ମେଟା ପାଇଁ ୮୭,୩୧୪ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ସଂଖ୍ୟା କେତେ ହ୍ରାସ ପାଇବ ତାହା ଜଣାପଡ଼ିନାହିଁ । କିନ୍ତୁ ହଜାର ହଜାର କର୍ମଚାରୀ ଚାକିରି ହରାଇବେ ବୋଲି କୁହାଯାଉଛି । ମାର୍କ ଜୁକରବର୍ଗଙ୍କ ଦ୍ବାରା ପରିଚାଳିତ ମେଟା ଗତ କିଛି ମାସ ହେଲାଣି ଭଲ ପ୍ରଦର୍ଶନ କରୁନାହିଁ ।