ଜାପାନ ସହ ମିଶି ଚନ୍ଦ୍ରର ଅନ୍ଧକାର ପାର୍ଶ୍ବ ସର୍ବେକ୍ଷଣ କରିବା ପାଇଁ ଯୋଜନା କରୁଛି ଇସ୍ରୋ

ନୂଆଦିଲ୍ଲୀ,୭/୧୧:ଜାପାନର ମହାକାଶ ଏଜେନ୍‌ସି ‘ଜାକ୍ସା’ ସହିତ ମିଶି ‘ଲ୍ୟାଣ୍ଡର୍‌ ଓ ରୋଭର୍‌ କମ୍ବିନେସନ୍‌’ ପଠାଇ ଚନ୍ଦ୍ରର ଅପର ବା ଅନ୍ଧକାର ପାର୍ଶ୍ବ ସର୍ବେକ୍ଷଣ କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଯୋଜନା କରୁଛି। ଏଥିପାଇଁ ‘ଇସ୍ରୋ’ ‘ଜାକ୍ସା’ ସହିତ ଆଲୋଚନା ଚଳାଇଛି ବୋଲି ଡେରାଡୁନ୍‌ରେ ଅନୁଷ୍ଠିତ ‘ଆକାଶ ତତ୍ତ୍ବ’ ସମ୍ମିଳନୀରେ ଅହମଦାବାଦର ‘ଫିଜିକାଲ୍‌ ରିସର୍ଚ ଲାବ୍ରଟରି’ର ନିର୍ଦେଶକ ଅନୀଲ ଭରଦ୍ବାଜ କହିଛନ୍ତି।

ଚନ୍ଦ୍ରାଭିଯାନ ଆରମ୍ଭ କରିବା ପାଇଁ ‘ଇସ୍ରୋ’ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି। ‘ଦ୍ବିତୀୟ ଚନ୍ଦ୍ରଯାନ’ ଉତ୍‌କ୍ଷେପଣ ଅନୁସାରେ ‘ତୃତୀୟ ଚନ୍ଦ୍ରଯାନ’ ଉତ୍‌କ୍ଷେପଣ କରାଯିବ ଏବଂ ତାହା ୨୦୨୩ରେ କରାଯିବ।