EWS ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୭/୧୧: ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ସଂରକ୍ଷଣ ଉପରେ ମୋହର ଲଗାଇଲେ ସୁପ୍ରିମ କୋର୍ଟ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।୫ ଜଣିଆ ଖଣ୍ଡପୀଠରୁ ୪ ଜଣ ଜଜଙ୍କ ସହମତି ଜଣାଇବା ପରେ ଏହି ମୋହର ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ । ସମ୍ବିଧାନର ଧାରା ୧୦୩ ସଂରକ୍ଷଣ ଅଧିନିୟମର ଏହା ବିରୋଧ କରୁଛି କି ନାଁ ଏହାକୁ ନେଇ ୫ଜଣ ବିଚାରପତିଙ୍କ ମଧ୍ୟରେ ଯୁକ୍ତି ହୋଇଥିଲେ । ଶେଷରେ ୫ଜଣଙ୍କ ମଧ୍ୟରୁ ୪ଜଣ ବିଚାରପତି ଇଡବ୍ଲୁଏସ୍ ସଂରକ୍ଷଣକୁ ଉଚିତ ବୋଲି ଯୁକ୍ତି ବାଢିଥିଲେ ।