ଧାମନଗର ଉପନିର୍ବାଚନ: ଜିତିଲା ବିଜେପି

ଭୁବନେଶ୍ୱର,୬/୧୧: ଧାମନଗର ଉପନିର୍ବାଚନ ରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ।  ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ ।  ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି । ବିଜେଡିକୁ ପଛରେ ପକାଇ ମୋଟ୍‌ ୮୦,୦୯୦ ଭୋଟ୍‌ରେ ବିଜୟ ଲାଭ କରିଛନ୍ତି ସୂର୍ଯ୍ୟବଂଶୀ ।