ହିମାଚଳ ପ୍ରଦେଶ ନିର୍ବାଚନ: ଜେ.ପି. ନଡ୍ଡା ରିଲିଜ୍‌ କଲେ ବିଜେପି ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ,୬/୧୧: ଆଗାମୀ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ‘ବିଜେପି’ ତା’ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିବା ସହିତ ରାଜ୍ୟରେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି।

ଶିମ୍‌ଲାରେ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଉନ୍ମୋଚନ କରି ‘ବିଜେପି’ର ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା କହିଲେ ଯେ, ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ପ୍ରଚଳନ ନିମନ୍ତେ ବିଶେଷଜ୍ଞ କମିଟି ଗଢ଼ାଯିବ। କମିଟିର ରିପୋର୍ଟ ଆଧାରରେ ତାହା ଲାଗୁ କରାଯିବ। ଏହାଛଡ଼ା, ପର୍ଯ୍ୟାୟକ୍ରମେ ୮ ଲକ୍ଷ ଚାକିରି ସୃଷ୍ଟି ଏବଂ ୫ଟି ନୂଆ ମେଡିକାଲ୍‌ କଲେଜ ଖୋଲିବା ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି।ନଡ୍ଡା କହିଛନ୍ତି, ଏହି ‘ସଙ୍କଳ୍ପ ପତ୍ର’ ୧୧ଟି ପ୍ରତିଶ୍ରୁତି ଉପରେ ଆଧାରିତ। ଏହି ପ୍ରତିବଦ୍ଧତା ସମା‌ଜରେ ସମାନତା ଆଣିବା ସଙ୍ଗେ ସଙ୍ଗେ ଯୁବା ଓ କୃଷକ ସଶକ୍ତିକରଣ, ଉଦ୍ୟାନକୃଷି ସୁଦୃଢ଼ିକରଣ, ସରକାରୀ ଚାକିରିଆଙ୍କୁ ବିଚାର ପ୍ରଦାନ ଏବଂ ଅଧ୍ୟାତ୍ମିକ ପର୍ଯ୍ୟଟନକୁ ଅଗ୍ରସର କରାଇବ।