ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ ଓ ନରୱେ ପାର୍ଟନରସିପ କରିବାକୁ ସହମତ

ଭୁବନେଶ୍ବର,୧/୧୧: ମେକ୍ ଇନ୍ ଓଡ଼ିଶା ପାଇଁ ଜାପାନ, ଜର୍ମାନୀ, ନରୱେ ପାର୍ଟନରସିପ କରିବାକୁ ସହମତି ପ୍ରକାଶ କରିଛନ୍ତି। ଆଉ ଅଧିକ ଦେଶ ବି ଆସିବେ। ଏନେଇ ସୂଚନା ଦେଇଛନ୍ତି ଶିଳ୍ପ ସଚିବ ହେମନ୍ତ ଶର୍ମା।ଶିଳ୍ପ ସଚିବ କହିଛନ୍ତି, ଆଜିଠୁ ରେଜିଷ୍ଟ୍ରେସନ୍ ଆରମ୍ଭ ହୋଇଛି। ଡିସେମ୍ବର ୧ ତାରିଖ ସକାଳେ ପ୍ଲେନାରି ସେସନ୍ ହେବ। ଅପରାହ୍ନରେ ବିଜିନେସ ଲିଡର ଟକ୍। ବଡ଼ ବଡ଼ ବିଜିନେସ ଲିଡର ଦେବେ ଭାଷଣ । ପେଟ୍ରୋ କେମିକାଲସ, କେମିକଲ୍ସ୍, ମେଟ୍ରୋଲୋଜି, ମେଟଲୋଜି, ସ୍କିଲ୍ ଡେଭଲପମେଣ୍ଟ, ଫର୍ଟିଲାଇଯାର୍ସ, ଫୁଡ୍ ପ୍ରୋସେଶିଂ, ଏଗ୍ରିକଲ୍ଟର ରେ କିଭଳି ରାଜ୍ୟର ବିକାଶ ହୋଇପାରିବ ଓ ବଡ଼ ବଡ଼ ଇଣ୍ଡଷ୍ଟ୍ରିମାନଙ୍କ ଭୂମିକା କଣ ରହିବ ସେ ନେଇ ଆଲୋଚନା ହେବ।