ପୋଲିସ୍-ମାଓବାଦୀ ଗୁଳି ବିନିମୟ, ଜଣେ ଅଟକ

କନ୍ଧମାଳ, ୨୦/୧୨: ଗୋଛାପଡ଼ା ବୀରେନି ଜଙ୍ଗଲରେ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଛି। ସେଠାରେ ମାଓବାଦୀ କ୍ୟାମ୍ପ କରିଥିବା ଖବର ପାଇ କମ୍ବିଂ ଅପରେସନ୍ ଜାରି ରହିଛି। SOG ଓ DVF ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ୍ ଆରମ୍ଭ ହୋଇଥିଲା। କମ୍ବିଂ ଅପରେସନ ବେଳେ ୮ରୁ ୧୦ ମାଓବାଦୀ ଖସି ଯାଇଛନ୍ତି। କିନ୍ତୁ ଜଣେ ଅଟକ ରହିଛି। ଗୁଳି ବିନିମୟ ନେଇ କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।