କିପରି କଟିବ ଆଜି ଆପଣଙ୍କ ଦିନ: ୧/୧୧/୨୦୨୨

ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ମାନସିକ ସ୍ତରରେ ଆପଣଙ୍କ ମନ ଅଶାନ୍ତ ରହିପାରେ। ଜୀବନସାଥୀ ଆପଣଙ୍କୁ ଖାସ ଉପହାର ଦେଇ ପାରନ୍ତି। ଋଣ ପରିଶୋଧ କରିବା ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି।

ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପରିବାର ସହିତ ଆପଣ ଉତ୍ତମ ସମୟ ଅତିବାହିତ କରିବେ। ବୈବାହିକ ଜୀବନରେ ମଧୁରତା ଆସିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ରହିବେ।

ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଆପଣଙ୍କର ବିନମ୍ର ସ୍ଵଭାବ ଯୋଗୁଁ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ। ଆପଣ କୌଣସି ବିବାଦରେ ପଡନ୍ତୁ ନାହିଁ। ଆପଣଙ୍କ ଉପରେ ନକାରାତ୍ମକ ଚିନ୍ତାଧାରା ପ୍ରଭାବ ବିସ୍ତାର କରିପାରେ।

କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ। ଜୀବନସାଥୀଙ୍କ ସହିତ କୌଣସି କାରଣ ବଶତଃ ମତଭେଦ ହୋଇପାରେ। ଶାରୀରିକ ଓ ମାନସିକ ସ୍ତରରେ ଆପଣ ସୁସ୍ଥ ରହିବେ।

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଆପଣ ଗୁରୁଜନଙ୍କ ସହିତ ପରାମର୍ଶ କରନ୍ତୁ।

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ଅଧିକ କାର୍ଯ୍ୟ ଚାପ ଯୋଗୁଁ ଆପଣ ଚିନ୍ତିତ ରହିବେ। ଆପଣଙ୍କର ବନ୍ଧୁ ଆପଣଙ୍କୁ ଆର୍ଥିକ ସହାୟତା ମାଗି ପାରନ୍ତି। ପରିବାର ସହିତ ଆପଣ କୌଣସି ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ତୁଳା:ଆଜିର ଦିନରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପିତାଙ୍କ ଠାରୁ ଆର୍ଥିକ ସହଯୋଗ ମିଳିପାରେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ସମୟର ସଦୁପଯୋଗ କରନ୍ତୁ।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପୂର୍ବ ଅପେକ୍ଷା ଘରର ଆର୍ଥିକ ପରିସ୍ଥିତି ସୁଧୁରି ଯିବ। ଆପଣଙ୍କୁ ଅଫିସ ଓ ପରିବାର ମଧ୍ୟରେ ଉତ୍ତମ ତାଳମେଳ ବନେଇ ରଖିବା ଆବଶ୍ୟକ।

ଧନୁ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। କୌଣସି ସ୍ଥାନରେ ନିବେଶ କରି ଆପଣ କ୍ଷତି ସହି ପାରନ୍ତି। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ଯଥେଷ୍ଟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କୁ କୌଣସି ପାର୍ଟିକୁ ଯିବାର ଅବସର ପ୍ରାପ୍ତ ହେବ। ପ୍ରେମ ଜୀବନରେ ମଧୁରତା ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବ।

କୁମ୍ଭ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମୀ ଆପଣଙ୍କ ପାଇଁ କିଛି ଖାସ କରି ପାରନ୍ତି। ଆର୍ଥିକ ମାନ୍ଦାବସ୍ଥା କାରଣରୁ ଆପଣଙ୍କର ରଚନାତ୍ମକ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ କାର୍ଯ୍ୟରେ ବିଘ୍ନ ସୃଷ୍ଟି ହୋଇପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।