ଭୁଶୁଡ଼ିଲା ଝୁଲା ପୋଲ, ୩୦ମୃତ

ନୂଆଦିଲ୍ଲୀ,୩୦/୧୦: ଗୁଜରାଟରେ ମୌରବୀରେ ବଡ ଦୁର୍ଘଟଣା ଘଟିଛି । ଝୁଲା ଫୋଲ ଭୁଶୁଡିଯିବା ଫଳରେ ୪୦୦ ଅଧିକ ଲୋକ ନଦୀ ଭିତରକୁ ଖସିପଡିଥିବା ଆଶଙ୍କା କରାଯାଉଛି  । ଏମାନଙ୍କ ମଧ୍ୟରୁ ଅନେକ ପାଣି ଭିତରେ ବୁଡିଯାଇଛନ୍ତି । ମଚ୍ଛୁ ନଦୀରେ  ଏହି ବଡ ଦୁର୍ଘଟଣା ଘଟିଛି । ବର୍ତମାନ ସୁଦ୍ଧା ୩୦ରୁ ଅଧିକ ଲୋକ ପ୍ରାଣ ହରାଇଲଣେି ।  ମୃତକଙ୍କ ପରିବାରକୁ  ଗୁଜରାଟ ସରକାର  ୪ ଲକ୍ଷ ଲେଖାଁଏ  ଓ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଲେଖାଁଏ  ସହାୟତା ରାଶି ଘୋଷଣା କରିଛନ୍ତି । ବର୍ତମାନ ସୁଦ୍ଧା ୭୦ଜଣଙ୍କୁ ଉଦ୍ଧାର କରାଯାଇ ହସପିଟାଲ ପଠାଯାଇଛି । ଏହି ଝୁଲା ପୋଲରେ ଛଟ ପର୍ବ ପାଳନ ପାଇଁ ଲୋକେ ଜମା ହୋଇଥିଲେ ।