ଜମ୍ମୁ କଶ୍ମୀରରେ ଭୂସ୍ଖଳନ: ୪ମୃତ ଓ ୬ ଆହତ

ନୂଆଦିଲ୍ଲୀ,୩୦/୧୦: ଜମ୍ମୁ କଶ୍ମୀରର କଶତୱାର ଜିଲ୍ଲାରେ ଏକ ପାୱାର ପ୍ରୋଜେକ୍ଟ ସାଇଟରେ ଭୂସ୍ଖଖଳନ । ବିଳମ୍ବିତ ରାତିରେ ପର୍ଯ୍ୟାୟକ୍ରମେ ଦୁଇଟି ଭୂସ୍ଖଳନ ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।
ତେବେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଛି । ଏହି ଲ୍ୟାଣ୍ଡସ୍ଲାଇଡରେ ଜେସିବି ଡ୍ରାଇଭର ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।