କିପରି କଟିବ ଆଜି ଆପଣଙ୍କ ଦିନ: ୩୦/୧୦/୨୦୨୨

ମେଷ:କାର୍ଯ୍ୟକ୍ଷେତ୍ରରେ ଅବହେଳା କରିବା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ଧନ ସମ୍ବନ୍ଧୀୟ କାର୍ଯ୍ୟ ସମାପ୍ତ ହେବ।

ବୃଷ:ଆଜି ଆପଣଙ୍କୁ କିଛି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବିବାହିତ ଲୋକଙ୍କର ବୈବାହିକ ଜୀବନ ସୁଖମୟ ରହିବ। ବ୍ୟବସାୟିକ ମାମଲାରେ ବିଦେଶ ଯାତ୍ରା କରି ପାରନ୍ତି। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

ମିଥୁନ:ଅବିବାହିତ ଲୋକଙ୍କ କାଇଁ ବିବାହର ପ୍ରସ୍ତାବ ଆସିପାରେ। କୌଣସି ବନ୍ଧୁଙ୍କ ସହଯୋଗରେ ଧନଲାଭ ହୋଇପାରେ। ଚାକିରି ପେଶାରେ ଥିବା ଲୋକେ ବାହାର ସ୍ଥାନକୁ ଯାତ୍ରା କରି ପାରନ୍ତି।

କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ପରିବାର ଲୋକଙ୍କ ସହିତ ବଜାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ସିଂହ:ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ଉତ୍ତମ ଅବସର ପ୍ରାପ୍ତ ହେବ। ପାରିବାରିକ ସମ୍ବନ୍ଧ ସୁଦୃଢ ରହିବ। ପତିପତ୍ନୀଙ୍କ ମଧ୍ୟରେ କିଛି ମତଭେଦ ସୃଷ୍ଟି ହୋଇପାରେ।

କନ୍ୟା:ଆପଣଙ୍କୁ କଠିନ ପରିଶ୍ରମ ଅନୁସାରେ ଉତ୍ତମ ଫଳ ପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ଆଜି ଟଙ୍କା ଉଧାର ଦିଅନ୍ତୁ ନାହିଁ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକଙ୍କ ସହିତ ପରାମର୍ଶ କରନ୍ତୁ।

ତୁଳା:ଭାଇଭଉଣୀଙ୍କ ସମ୍ପର୍କ ସୁଦୃଢ ରହିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ସେୟାର ବଜାରରେ ନିବେଶ କରି ଆପଣ ଲାଭବାନ ହେବେ।

ବିଛା:କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ଶୈଳୀର ପ୍ରଶଂସା ହେବ। ସମସ୍ତଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ଉତ୍ତମ ସମୟ ଅତିବାହିତ କରିବେ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ଧନୁ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆର୍ଥିକ ଲାଭ ପ୍ରାପ୍ତ ହେବା ବା ନୂତନ ବାହନ କ୍ରୟ କରି ପାରନ୍ତି। କୌଣସି ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ମକର:ଅଫିସ ଓ ପରିବାର ମଧ୍ୟରେ ଆପଣ ତାଳମେଳ ବନେଇ ରଖିବେ। ପୁରୁଣା ବେମାରୀରୁ ମୁକ୍ତି ମିଳିବ। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ।

କୁମ୍ଭ:ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ବିସ୍ତାର କରିବେ। ଚାକିରି ପାଇଁ ଆବେଦନ କରିଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ମୀନ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ଆପଣଙ୍କୁ ନିଜ କ୍ରୋଧ ଓ ବାଣୀ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।