ଚିଲିକା ମଝିରେ ଫସିଲା ଡଙ୍ଗା, ଥିଲେ ୪୦ ଯାତ୍ରୀ

ଭୁବନେଶ୍ୱର,୨୯/୧୦: ଚିଲିକାରେ ପୁଣି ଅଘଟଣ । ଯାତ୍ରୀ ନେଇ ଯାଉଥିବାବେଳେ ଚିଲିକା ମଝିରେ ଡଙ୍ଗା ଫଶିଯାଇଛି । ଏଥିରେ ୪୦ରୁ ଅଧିକ ଯାତ୍ରୀ ଯାଉଥିବା ଜଣାପଡିଛି । ଏଥିରେ ୧୫ବାଇକ ରହିଥିବା ସୂଚନା ମିଳିଛି । ଚିଲିକା ମଝିରେ ଡଙ୍ଗାର ମେସିନ ଖରାପ ହୋଇଯିବା ଫଳରେ ମଝି ଚିଲିକାରେ ଅଟକି ରହିଛି ଯାତ୍ରୀବାହୀ ଡଙ୍ଗା । ସାତପଡାରୁ ଜହ୍ନିକୁଦା ଯାଉଥିବା ବେଳେ ମଝି ଚିଲିକାରେ ଏହି ଡଙ୍ଗାଟି ଫସିରହିଛି ।