ବନ୍ଦ ହେଲା କେଦାରନାଥ ମନ୍ଦିର

ନୂଆଦିଲ୍ଲୀ,୨୭/୧୦: ବନ୍ଦ ହେଲା କେଦାରନାଥ ମନ୍ଦିର । ଶୀତ  ଯୋଗୁଁ କେଦାରନାଥ ଧାମରେ ପ୍ରଭୁ କେଦାରନାଥଙ୍କ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି । ଶୀତ ଋତୁ ତମାମ ମନ୍ଦିର ବନ୍ଦ ରହିବ । କେଦାରନାଥଙ୍କ ପରିବର୍ତ୍ତେ ଉଖିମଠରେ ଥିବା ଓକାରେଶ୍ୱରଙ୍କୁ ପୂଜା କରାଯିବ । ଆଜି ସକାଳୁ ପାରମ୍ପରିକ ରୀତିନୀତିରେ ବେଦ ଉଚ୍ଚାରଣ ଓ ବାଦ୍ୟଯନ୍ତ୍ରର ଶବ୍ଦ ମଧ୍ୟରେ ମୁଖ୍ୟ ପୁରୋହିତ ମନ୍ଦିରର ମୁଖ୍ୟ ଦୁଆର ବନ୍ଦ କରିଛନ୍ତି ।