ଏଣିକି ଚିଲିକା ଏବଂ ଭିତରକନିକା ଜଗିବ ଡ୍ରୋନ୍‌ କ୍ୟାମେରା!

ଭୁବନେଶ୍ୱର,୨୭/୧୦: ଏଣିକି ଚିଲିକା ଏବଂ ଭିତରକନିକାରେ ବେଆଇନ ଚିଙ୍ଗୁଡ଼ି ଘେରିକୁ ଠାବ କରିବ ଡ୍ରୋନ୍‌ କ୍ୟାମେରା। ଏହି ସବୁ ଅଞ୍ଚଳରେ ଡ୍ରୋନ୍ ଦ୍ୱାରା ପର୍ଯ୍ୟବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ୪ ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚିଲିକା ପରିବ୍ୟାପ୍ତ ଥିବା  ପୁୁରୀ, ଖୋର୍ଦ୍ଧା, ଗଞ୍ଜାମ, ଏବଂ ଭିତରକନିକା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ଅର୍ଥ ଯୋଗାଇବେ।