ଧାମନଗର ଉପନିର୍ବାଚନ ପାଇଁ ୧୧ ଶହ ପୋଲିଙ୍ଗ ଅଧିକାରୀ

ଭୁବନେଶ୍ୱର,୨୬/୧୦: ଧାମନଗର ଉପନିର୍ବାଚନ ପାଇଁ ରାଜନୈତିକ ପ୍ରଚାର ଜୋରଦାର ଚାଲିଛି। ଧାମନଗର ଉପନିର୍ବାଚନରେ ୧୧ଶହ ପୋଲିଙ୍ଗ୍‌ ଅଧିକାରୀ ରହିବେ। ଭୋଟ ବେଳେ ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ ହେବ। ଉପନିର୍ବାଚନ ପାଇଁ ୨ ଜଣ ସେଣ୍ଟ୍ରାଲ ଅବଜରଭର ଆସି ସାରିଛନ୍ତି। ପୁଲିସର କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦୬ ସମ୍ବେଦନଶୀଳ ବୁଥ ରହିଛି। ନଭେମ୍ବର ୧ ତାରିଖରେ ପୋଲିଂ ପାର୍ଟିଗୁଡ଼ିକ ବୁଥରେ ପହଞ୍ଚିବେ।

ଧାମନଗର ଉପନିର୍ବାଚନ ପାଇଁ ନଭେମ୍ବର ୩ରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ୬ରେ ଭୋଟ୍ ଗଣତି ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ । ସୂଚନାଯୋଗ୍ୟ ଯେ ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ଖାଲି ରହିଛି ।