ଦିଲ୍ଲୀରେ ୧୦ ଗୁଣା ବଢିଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୫/୧୦: ଦିଲ୍ଲୀରେ ବଢିଲା ବାୟୁ ପ୍ରଦୂଷଣ । କଟକଣା ସତ୍ତ୍ୱେ ବାଣ ଫୁଟାଇବା ଯୋଗୁଁ ୧୦ ଗୁଣା ବଢିଲା ପ୍ରଦୂଷଣର ମାତ୍ରା । ସକାଳୁ ସକାଳୁ ଦିଲ୍ଲୀ ଏନସିଆର ଅଂଚଳ ଧୂଆଁ ଧୂଆଁ ସ୍ଥିତି ଦେଖିବାକୁ ମିଳିଛି । ସକାଳର ଏୟାର କ୍ୱାଲିଟି ଇଣ୍ଡେକ୍ସ ଅନୁସାରେ ୩୪୨ରେ ପ୍ରଦୂଷଣ ସ୍ତର ପହଞ୍ଚିଛି । ଯାହା ଅତ୍ୟନ୍ତ ଖରାପ । ପୂର୍ବରୁ ନଡ଼ା ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଲାଗି ରହିଥିଲା । ଦିପାବଳୀରେ ଲଗାତର ବାଣ ଫୁଟାଇବା ଯୋଗୁଁ ଏହି ପ୍ରଦୂଷଣ ଆହୁରି ବଢିଯାଇଛି ।