କିପରି କଟିବ ଆଜି ଆପଣଙ୍କ ଦିନ: ୨୫/୧୦/୨୦୨୨

ମେଷ:ଆପଣଙ୍କ ଆୟରେ ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ। ବାହାର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି।

ବୃଷ:ବ୍ୟାପାର କ୍ଷେତ୍ରରେ ଲାଭବାନ ହେବେ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖିବାକୁ ପଡ଼ିବ। ପରିବାରରେ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ।ଚାକିରି କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିପାରେ। ସଠିକ ସମୟର ଭରପୁର ଲାଭ ଉଠାନ୍ତୁ।

ମିଥୁନ:ଶିକ୍ଷଣୀୟ କାର୍ଯ୍ୟରେ ଆପଣ ମାନସମ୍ମାନ ହାସଲ କରିବେ। ଚାକିରି କ୍ଷେତ୍ରରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡିପାରେ। ଆପଣଙ୍କୁ ଧର୍ଯ୍ୟ ସହକାରେ ସବୁ କାର୍ଯ୍ୟ ତୁଲାଇବା ଆବଶ୍ୟକ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

କର୍କଟ:କ୍ୟାରିୟରକୁ ନେଇ ଆପଣ ଅଗ୍ରସର ହେବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ଆଜି ଆପଣ ଅଧିକ ଉତ୍ସାହିତ ଓ ପ୍ରସନ୍ନ ରହିବେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରି ପାରନ୍ତି।

ସିଂହ:ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରିବେ। ଅଫିସ ଓ ପରିବାର ମଧ୍ୟରେ ଆପଣ ସନ୍ତୁଳନ ବନେଇ ରଖିବେ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।

କନ୍ୟା:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆଜି ଆପଣଙ୍କ ଆମଦାନୀରେ ବୃଦ୍ଧି ହେବ। ବିରୋଧୀ ଆପଣଙ୍କର କିଛି ମଧ୍ୟ ବିଗାଡି ପାରିବେ ନାହିଁ। ଆପଣଙ୍କୁ କଠିନ ପରିସ୍ଥିତି ସମୟରେ ଧର୍ଯ୍ୟ ରଖିବା ଆବଶ୍ୟକ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବିଦ୍ୟମାନ ହେବ।

ତୁଳା:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ପିତାମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ। ପରିବାର ସହିତ ଦୂର ସ୍ଥାନକୁ ଭ୍ରମଣରେ ଯାଇ ପାରନ୍ତି। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

ବିଛା:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ଆପଣଙ୍କର ମନସ୍କାମନା ପୂରଣ ହେବ। ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ଠାରୁ ସୁଖଦ ସମାଚାର ମିଳିପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।

ଧନୁ:ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସବୁଥିରେ ସଫଳତା ହାସଲ କରିବେ। ଘରର ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ।

ମକର:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। କୌଣସି ସମ୍ପର୍କୀୟଙ୍କ ସହିତ ମତଭେଦ ହୋଇପାରେ। ଆପଣଙ୍କୁ କୌଣସି ପାର୍ଟିକୁ ଯିବାର ଅବସର ପ୍ରାପ୍ତ ହେବ। ପ୍ରେମ ଜୀବନରେ ମଧୁରତା ଆସିବ। କାର୍ଯ୍ୟକ୍ଷେତ୍ରରେ ଆପଣ ଅଧିକ ଚାପ ଗ୍ରସ୍ତ ରହିବ।

କୁମ୍ଭ:ପରିବାରରେ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହେବ। କାର୍ଯ୍ୟକ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଥିଲେ, ବରିଷ୍ଠ ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ। ଚାକିରି ଖୋଜୁଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ।

ମୀନ:ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତ ହେବ। ବହୁତ ଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଖର୍ଚ୍ଚ ବଢିପାରେ। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବାର ସମ୍ଭାବନା ରହିଛି। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ।