କିପରି କଟିବ ଆଜି ଆପଣଙ୍କ ଦିନ: ୨୪/୧୦/୨୦୨୨

ମେଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ ସାଧାରଣ ଲୋକଙ୍କ ଠାରୁ ସମ୍ମାନ ପାଇବେ । ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ । ରାଜନୀତି ସହ ଜଡିତ ଲୋକମାନେ ଜନସାଧାରଣଙ୍କ ମଧ୍ୟରେ ବହୁତ ଭଲ ସମର୍ଥନ ପାଇବେ ।

ବୃଷ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶତୃମାନେ ପରାଜିତ ହେବା ସହ ଶାରିରୀକ ଅସୁସ୍ଥତା ଦୂର ହେବ । ନୂତନ ଚାକିରୀ ପାଇଁ ପ୍ରୟାସ ରତ ଥିଲେ ଉତ୍ସାହବର୍ଦ୍ଧକ ସମାଚାର ମିଳିବ । ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ ।

ମିଥୁନ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ଛାତ୍ର ଛାତ୍ରୀମାନେ ଭଲ କାମ କରିବା ସାଙ୍ଗକୁ ନିଜ ଚେଷ୍ଟାରେ ବିଦ୍ୟା କ୍ଷେତ୍ରରେ ସଫଳତା ପାଇବେ । ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ ।

କର୍କଟ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବାସହ ସାମାଜିକ ପତିଆରା ଅମଳିନ ରହିବ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ ।

ସିଂହ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିଲେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କୌଣସି ବରିଷ୍ଠ ରାଜନେତା ବା ପଦସ୍ଥ ଅଧିକାରୀଙ୍କ ସହ ଦେଖାହୋଇ କେତେକ ସମସ୍ୟାର ସମାଧାନ କରି ପାରିବେ ।

କନ୍ୟା:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହପୋକରଣ ବା ନୂତନ ବସ୍ତୁ କ୍ରୟ କରି ପାରିବେ । ରାଜନୀତି କ୍ଷେତ୍ରରେ ସୁ ସମ୍ପର୍କ ସ୍ଥାପନ କରି ନିଜର ଭାବମୂର୍ତ୍ତିକୁ ଉଜ୍ଜ୍ଵଳତର କରିବାର ସାମର୍ଥ୍ୟ ବଢିବ ।

ତୁଳା:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଶାରୀରିକ ସୁସ୍ଥତା ଓ ମାନସିକ ଶାନ୍ତି ପାଇବେ । କର୍ମକ୍ଷେତ୍ରରେ ଅଧିକାରୀ କାମରେ ପ୍ରସନ୍ନ ରହିବେ ଓ ସହକର୍ମୀ ମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ ସୁନାମ ଅର୍ଜନ କରିବେ ।

ବିଛା:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ । ସାମାଜିକ କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଅଧିକାରୀ କାମରେ ପ୍ରସନ୍ନ ରହିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିପାରେ ।

ଧନୁ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସନ୍ତୋଷ ଲାଭ କରିବେ । ଉଧାର ଦେଇଥିବା ଟଙ୍କା ମିଳି ଯିବା ଫଳରେ ନୂତନ ଦ୍ରବ୍ୟ କ୍ରୟ କରିବେ । ଆତ୍ମନିର୍ଭରଶୀଳ ହୋଇ ପାରନ୍ତି । ଦାମ୍ପତ୍ୟ ଜୀବନରେ ଶାନ୍ତି ମିଳିବ । ପିଲାମାନଙ୍କର ଖରାପ ଅଭ୍ୟାସକୁ ଅଣଦେଖା କରନ୍ତୁ ନାହିଁ ।

ମକର:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପାରିବାରିକ ଅଶାନ୍ତି ଦୂରେଇ ଯାଇ ପତିଆରା ଭଲ ରହିବ ଓ ଦାମ୍ପତ୍ୟଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । କର୍ମକ୍ଷେତ୍ରରେ ସଫଳତା ଲାଭ କରି ଉଚ୍ଚସମ୍ମାନ ପାଇବେ ।

କୁମ୍ଭ:ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରି ପ୍ରଶଂସିତ ହେବେ । ବ୍ୟବସାୟରେ ଉନ୍ନତି ହେବା ସହ ପ୍ରଚୁର ଅର୍ଥଲାଭ ହେବ ଓ ବ୍ୟବସାୟକୁ ବିସ୍ତାର କରିବାକୁ ଯୋଜନା କରି ପାରିବେ ।

ମୀନ:ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ବିଦ୍ୟା କ୍ଷେତ୍ରରେ ଉତ୍ସାହ ଉଦ୍ଦିପନା ବୃଦ୍ଧିହୋଇ ବୀଜୟ ପ୍ରାପ୍ତ ହେବ । ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ ।