ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ: ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ

ନୂଆଦିଲ୍ଲୀ,୨୩/୧୦:ମେଲବର୍ଣ୍ଣରେ ଇତିହାସ ରଚିଲା ଭାରତ । ବିଶ୍ୱକପରେ ଜିତିଲା ଭାରତ, ହାରିଲା ପାକିସ୍ତାନ। ଏସିଆ କପ୍ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ମ୍ୟାଚରେ ପୁଣିଥରେ ପାକିସ୍ତାନକୁ ଧୁଳି ଚଟାଇଛି ଭାରତ ।୧୬୦ ରନର ବିଜୟ ଲକ୍ଷ୍ୟକୁ ଦୃଷ୍ଟିରୁ ରଖି ବ୍ୟାଟିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଓ କେଏଲ୍ ରାହୁଲ । ପ୍ରଥମ ମ୍ୟାଚ୍‌ରେ ୪ ୱିକେଟରେ ଭାରତ ବିଜୟୀ
୮୨ ରନ୍‌ର ଧୂଆଁଧାର ଇନିଂସ ଖେଳି ସୁପର ସନ୍‌ଡେରେ ସୁପର ବିଜୟ ଦେଲେ କୋହଲି।

ସୂଚନାଯୋଗ୍ୟ ଯେ ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିଥିଲା । ପାକିସ୍ତାନ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୫୯ ରନ୍ ଅର୍ଶଦୀପ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ଲେଖାଏଁ ଓ୍ୱିକେଟ ନେଇଥିଲେ ।