ରାତି ପାହିଲେ କାଳୀପୂଜା, ଚାଲିଛି ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର,୨୩/୧୦: ରାତି ପାହିଲେ କଟକରେ କାଳୀପୂଜା।  ଚାରିଆଡେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବ। ବିଭିନ୍ନ ମଣ୍ଡପରେ ଏନେଇ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟୟରେ ପହଁଚିଛି। ତେବେ ଆସନ୍ତାକାଲି ମଧ୍ୟ ରାତିରେ ମା’ କାଳୀଙ୍କୁ ପୂଜା କରାଯିବା। କାଳୀପୂଜା ଅବସରରେ ଦୁଇ ଦିନ ଧରି ସାଂସ୍କୃତକ କାର୍ଯ୍ୟକ୍ରମ ମଣ୍ଡପରେ ଅନୁଷ୍ଠିତ ହେବ। ତେବେ ଦୁଇ ବର୍ଷ ଧରି କଟକରେ ଯାକ ଯମକରେ ହୋଇ ପାରି ନଥିଲା କାଳୀପୂଜା। ତେବେ ଚଳିତବର୍ଷ କୋଭିଡ ମହାମାରୀକୁ ବିଦାୟ ଦେଇ ମା’ଙ୍କୁ ପାଖରୁ ଦେଖିବେ କଟକିଆ। ତେବେ ମା’ଙ୍କ କାଲି ପୂଜା ଆରମ୍ଭ ହେବ। ଓ ଆସନ୍ତା ୨୮ ତାରିଖରେ ଦେବୀଗଡାରେ ମା’ ନେବେ ମେଲାଣି।