କିପରି କଟିବ ଆଜି ଆପଣଙ୍କ ଦିନ: ୨୩/୧୦/୨୦୨୨

ମେଷ:ଆଜି ଆପଣଙ୍କ କାର୍ଯ୍ୟ ଶୈଳୀ ଦେଖି ଲୋକେ ପ୍ରଭାବିତ ହେବେ। ଗାଡି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପ୍ରଭୁ ହନୁମାନଙ୍କ ମନ୍ଦିର ଯାଇ ଅସହାୟ ଲୋକଙ୍କୁ ଭୋଜନ କରାନ୍ତୁ, ଦେଖିବେ ଆପଣଙ୍କ ଜୀବନ ସୁଖମୟ ହୋଇଯିବ।

ବୃଷ:କାର୍ଯ୍ୟସ୍ଥଳରେ ଅକାରଣରେ ସମସ୍ୟା ସୃଷ୍ଟି ହୋଇପାରେ। ଆପଣଙ୍କୁ କଠିନ ପରିଶ୍ରମର ଉଚିତ ଫଳ ପ୍ରାପ୍ତି ହେବ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ରାଜକୀୟ କାର୍ଯ୍ୟରେ ଯୋଗଦାନ କରି ପାରନ୍ତି।

ମିଥୁନ:ଲମ୍ବା ସମୟରୁ ଚାଲିଥିବା ବିବାଦ ଦୂର ହୋଇଯିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ।

କର୍କଟ:ଆଜିର ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିଛି। ସମ୍ପର୍କୀୟଙ୍କ ସହିତ ଭ୍ରମଣରେ ଯାଇ ପାରନ୍ତି। କୌଣସି କଠିନ କାର୍ଯ୍ୟ କରନ୍ତୁ ନାହିଁ। ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ, ପୁଣ୍ୟ ପ୍ରାପ୍ତି ହେବ।

ସିଂହ:ଅଜାଣତରେ ହୋଇଥିବା ଭୁଲ ଆପଣଙ୍କୁ ସମସ୍ୟାରେ ପକାଇ ପାରେ। ପିତାଙ୍କ ସହିତ ବିବାଦ ହୋଇପାରେ। କାର୍ଯ୍ୟ କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। କୌଣସି କଠିନ ପରିସ୍ଥିତି ସମୟରେ ଆପଣଙ୍କୁ ନିଜ ବୁଦ୍ଧି ପ୍ରୟୋଗ କରିବା ଆବଶ୍ୟକ।

କନ୍ୟା:କୌଣସି ସ୍ଥାନରେ ନିବେଶ କରି ଆପଣ ଲାଭବାନ ହେବେ। ଆପଣଙ୍କର ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିବ। କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ମାନେ ଆପଣଙ୍କୁ ସହଯୋଗ କରିବେ। ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ।

ତୁଳା:ଆପଣଙ୍କୁ ନିଜ ଦୈନନ୍ଦିନ ଜୀବନରେ କିଛି ପରିବର୍ତ୍ତନ କରିବା ଆବଶ୍ୟକ। ଆପଣଙ୍କ ଶତ୍ରୁ ସକ୍ରିୟ ରହିବେ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।

ବିଛା:ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। କୌଣସି ସ୍ଥାନରେ ନିବେଶ କରି ଲାଭବାନ ହେବେ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ।ପିତାମାତା ସବୁ କ୍ଷେତ୍ରରେ ଆପଣଙ୍କୁ ସହଯୋଗ କରିବେ।

ଧନୁ;ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। କୁସଂଗ ଠାରୁ ଦୂରେଇ ରୁହନ୍ତୁ। ପୁରୁଣା ରୋଗ ଦେଖା ଦେଇପାରେ। ଶାରୀରିକ ଓ ମାନସିକ ରୂପରେ ଆପଣ ସ୍ଥିର ରହିବେ। ଆୟରେ ବୃଦ୍ଧି ହେବ। ବ୍ୟବସାୟରେ ଲାଭବାନ ହେବେ।

ମକର:ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଚାକିରି କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିବ। ବାହନ ସୁଖ ପ୍ରାପ୍ତି କରିବେ। ବିଦ୍ୟାର୍ଥୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।

କୁମ୍ଭ:ଧାର୍ମିକ ଅନୁଷ୍ଠାନରେ ଆପଣ ରୁଚି ରଖିବେ। ଶାରୀରିକ କଷ୍ଟ ଅନୁଭବ ହୋଇପାରେ। ବିବାହିତ ଲୋକେ ସନ୍ତାନ ସୁଖ ଭୋଗ କରିବେ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ଶାରୀରିକ କଷ୍ଟ ସବୁ ଦୂର ହୋଇଯିବ।

ମୀନ:ଆପଣଙ୍କୁ କୌଣସି କାର୍ଯ୍ୟ କରିବା ସମୟରେ ନିବର ବୁଦ୍ଧି ଓ ବିବେକ ପ୍ରୟୋଗ କରିବା ଆବଶ୍ୟକ। ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ। ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଆୟରେ ବୃଦ୍ଧି ହେବ।