ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା!

ଭୁବନେଶ୍ୱର,୨୨/୧୦: ବାତ୍ୟାର ଗତିପଥ  ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ବାଂଲାଦେଶର ତିନ କୋଣା ଓ ସନ୍ଦୀପ ଦ୍ୱୀପ ମଝି ଅଂଚଳରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ଆଇଏମଡିର ପୂର୍ବାନୁମାନ ଅନୁସାରେ ଓଡ଼ିଶା ଉପକୂଳ ଠାରୁ ୨୦୦ କିଲୋମିଟର ଦୂରରେ ବାତ୍ୟାର ଗତିପଥ ରହିବ ଏବଂ ବହୁଦୂରରେ ସ୍ଥଳଭାଗ ଛୁଇଁବ । ତେଣୁ ଓଡ଼ିଶା ଉପରେ ଏହାର ବଡ଼ ପ୍ରଭାବ ରହିବନାହିଁ ବୋଲି ଆକଳନ କରାଯାଉଛି । ଉଭୟ ପବନ ଓ ବର୍ଷା ପରିମାଣ କମ ରହିବ ।

୨୩ ତାରିଖ ସନ୍ଧ୍ୟାରେ ଏହା ବାତ୍ୟା ବା ସାମୁଦ୍ରିକ ଝଡ଼ରେ ପରିଣତ ହୋଇପାରେ । ୨୪ ତାରିଖ ସନ୍ଧ୍ୟାରେ ଭୀଷଣ ସାମୁଦ୍ରିକ ଝଡ଼ ରେ ପରିଣତ ହେବା ଆଶଙ୍କା ରହିଛି । ଏହି ସମୟରେ ସବୁଠୁ ଶକ୍ତିଶାଳୀ ରୂପ ନେଇ ଗତି କରିବ ବାତ୍ୟା । ଘଣ୍ଟା ପ୍ରତି ୯୦ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ । ଯାହାର ଝଟକା ୧୧୦ କିଲୋମିଟର ପର୍ଯ୍ୟନ୍ତ ଅନୁଭୂତ ହେବ । ତେବେ ଏହାର ବିଶେଷ ପ୍ରଭାବ ଓଡ଼ିଶା ଉପକୂଳରେ ପଡ଼ିବା ସମ୍ଭାବନା କମ୍ । ୨୫ ତାରିଖ ସକାଳେ ବାଂଲାଦେଶ ଉପକୂଳରେ ଅତିକ୍ରମ କରିବ ସ୍ଥଳଭାଗ।