ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ

ନୂଆଦିଲ୍ଲୀ,୨୧/୧୦: ପାକିସ୍ତାନ ଇସଲାମାବାଦ ଇସି ଅଫିସ ସାମ୍ନାରେ ଗୁଳିକାଣ୍ଡ ଘଟିଛି। ଇମ୍ରାନ ଖାନଙ୍କ ସଦସ୍ୟତା ରଦ୍ଦ ପରେ ଏହି ଉତ୍ତେଜନା ଦେଖାଦେଇଛି। ଇମ୍ରାନଙ୍କ ବିରୋଧରେ ତ୍ରୁଟିପୂର୍ଣ୍ଣ ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ତାଙ୍କ ସମର୍ଥକ ଏହି ଫାୟରିଂ କରିଥିବା କୁହାଯାଇଛି । ତେବେ ଏହି ଘଟଣା ପାଇଁ ନିର୍ବାଚନ କମିଶନ ଇମ୍ରାନ ଖାନଙ୍କୁ ଦାୟୀ କରିଛନ୍ତି ।

ସୂଚନା ଯୋଗ୍ୟ ଯେ ଆଜି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ ଆୟୋଗଙ୍କ ଘୋଷଣା ମୁତାବକ ସେ ଆଉ ନିର୍ବାଚନ ଲଢିପାରିବେ ନାହିଁ । କୁହାଯାଉଛି କି ନିର୍ବାଚନ ଆୟୋଗଙ୍କ ନିକଟରେ ଭୁଲ ତଥ୍ୟ ଦେଇଥିବା ଅପରାଧରେ ତାଙ୍କୁ ଏଭଳି ଦଣ୍ଡରେ ଦଣ୍ଡିତ କରାଯାଇଛି ।