ୟୁକ୍ରେନରୁ ଭାରତୀୟ ନାଗରିକଙ୍କୁ ଛାଡିବା ପାଇଁ ନିର୍ଦେଶ

ନୂଆଦିଲ୍ଲୀ,୨୦/୧୦: ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ। ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି।ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍ ଯାତ୍ରା ନ କରିବାକୁ ପରାମର୍ଶ ଦେଇଛନ୍ତି ସରକାର। ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ଋଷ ଘନ ଘନ ମିସାଇଲ ମାଡ କରିଥିଲା ରୁଷ।